ପୂର୍ଣ୍ଣ ସଂଖ୍ୟା ଯୋଗ ପରି ଭଗ୍ନାଂଶର ଯୋଗରେ (Fraction Addition) ଦୁଇ ବା ଅଧିକ ଭଗ୍ନାଂଶକୁ ମିଶାଇଥାଉ । ଏହା ପୂର୍ଣ୍ଣ ସଂଖ୍ୟା ର ଯୋଗ ଭଳି ସିଧା ସଳଖ ମିଶାଇ ହୁଏ ନ।ହିଁ ଭଗ୍ନାଂଶର ଯୋଗ କରିବା ପାଇଁ ବିଭିନ୍ନ ପ୍ରକ୍ରିୟା ରହିବ ଏଠି ଆମେ ଗୋଟିଏ ପ୍ରକ୍ରିୟା ସମହର ଭଗ୍ନାଂଶ ଓ ଦୁଇଟି ପ୍ରକ୍ରିୟା ଅସମହର ଭଗ୍ନାଂଶକୁ ଯୋଗ କରିବା ପାଇଁ ପଡିବ ଏହାକୁ ମୁଖ୍ୟତଃ 3ଟି ସ୍ତର ରେ ପଢିବା ।
Fraction Addition: ସ୍ତର 1
ଏହି ସ୍ତର ରେ ସମହର [ ସମାନ ହର ବିଶିଷ୍ଟ ଭଗ୍ନାଂଶ ] ଭଗ୍ନାଂଶର ଯୋଗ କିପରି କରାଯାଏ ଯୋଗ କିପରି କରାଯାଏ ଜାଣିବା ।
ସମହର ଭଗ୍ନାଂଶ ଯୋଗ କିପରି କରାଯାଏ ?
ସମହର ର ଭଗ୍ନାଂଶକୁ ସିଧା ସଳଖ ପୂର୍ଣ୍ଣ ସଂଖ୍ୟା ଯୋଗ ପରି ଯୋଗ କରିବା ଯେଉଁ ଥିରେ
ହର ସ୍ଥାନ କୁ ସମାନ ଲେଖି କେବଳ ଲବ କୁ ଯୋଗ କରିବା
ଉଦାହରଣ 2/7 +3/7

କିନ୍ତୁ ସମହର ଭଗ୍ନାଂଶରେ ପ୍ରକ୍ରିୟାରେ ଅସମହର ଭଗ୍ନାଂଶକୁ ଯୋଗ କରି ହୁଏ ନ।ହିଁ । ଏହାକୁ କରିବା ପାଇଁ [ ଅସମହର ଭଗ୍ନାଂଶକୁ ସମହର ଭଗ୍ନାଂଶରେ ପରିଣିତ କରିବା ସମଭଗ୍ନାଂଶ ସାହାର୍ଯ୍ୟ ନେଉ ] ସାଧାରଣତଃ ଦୁଇଟି ପ୍ରକ୍ରିୟା ରହିଛି । ପ୍ରଥମ ଟି ବଜ୍ରଗୁଣନର ସାହାର୍ଯ୍ୟରେ ଯାହାକି ଭଗ୍ନାଂଶର ଯୋଗ ପ୍ରଥମେ କରିବା ପାଇଁ ଶିଖିବା । ଦ୍ବିତୀୟ ଲସଗୁ ସାହାର୍ଯ୍ୟ ରେ ,ଏଠାରେ ଲସ।ଗୁ, ଗୁଣନ , ହରଣ ସବୁ ଦରକାର ହେଇଥାଏ ।
Fraction Addition: ସ୍ତର 2
ଅସମହର ଭଗ୍ନାଂଶର ଯୋଗ ବଜ୍ରଗୁଣନ ବ୍ୟବହାର କରି କିପରି କରାଯାଏ ?
Step 1- ପ୍ରଥମ ଭଗ୍ନାଂଶର ଲବକୁ ଦ୍ବିତୀୟ ଭଗ୍ନାଂଶର ହର ଦ୍ବାରା ଗୁଣନ କରିବା ।
Step 2- ଦ୍ବିତୀୟ ଭଗ୍ନାଂଶର ଲବକୁ ପ୍ରଥମ ଭଗ୍ନାଂଶର ହର ଦ୍ବାରା ଗୁଣନ କରିବା ।
Step 3- ଭଗ୍ନାଂଶର ଅନ୍ତିମ ଯୋଗଫଳର ଲବ ପାଇଁ , ପ୍ରଥମ ଦୁଇ STEP ର ଗୁଣଫଳ କୁ ମିଶାଇବା ।
Step 4- ଭଗ୍ନାଂଶର ଯୋଗଫଳ ହର ପାଇଁ , ଦତ୍ତ ଭଗ୍ନାଂଶର ଦୁଇ ହର ଗୁଣନ କରିବ ।
Step 5-ଉତ୍ତର କୁ ସରଳ ରୂପ ରେ ରଖିବା ପାଇଁ ବିଭାଜ୍ୟ ହେଉଥିଲେ ବିଭାଜ୍ୟର ନିୟମ ବ୍ୟବହାର କରି ବିଭାଜ୍ୟ କରିଦେବା ।
NOTE –( ଏହି ପ୍ରକ୍ରିୟା ପ୍ରଥମ ଦୁଇ STEP [ ପ୍ରଥମ ଲବ × ଦ୍ବିତୀୟ ହର ଓ ଦ୍ବିତୀୟ ଲବ × ପ୍ରଥମ ହର ] କୁ ବଜ୍ରଗୁଣନ କୁହାଯାଏ )
ଉଦାହରଣ 2/3+1/5
ଲବ ଓ ହର ର ବଜ୍ରଗୁଣନ କରିବା

2×5 =10 , 1×3=3
ବଜ୍ରଗୁଣନ ଉତ୍ତର କୁ ମିଶାଇବା (ଯୋଗକରିବା) ଯାହାର ଯୋଗଫଳ ଲବ ହେବ
10+3=13
ଦୁଇ ହର କୁ ଗୁଣନ କରିବା । ଯାହା ଭଗ୍ନାଂଶର ଯୋଗର ହର ହେବ ।
3×5=15
ଭଗ୍ନାଂଶର ଯୋଗଫଳ
2/3+1/5= 13/15 ଏହା ସରଳ ରୂପ ରେ ଅଛି ।
Fraction Addition: ସ୍ତର 3
ଅସମହର ଭଗ୍ନାଂଶର ଯୋଗ ଲସାଗୁ ବ୍ୟବହାର କରି କିପରି କରାଯାଏ ।
Step 1- ପ୍ରଥମେ ଦିୟାଯାଇଥିବା ଭଗ୍ନାଂଶର ହର ଗୁଡିକର ଲସାଗୁ ହିସାବ କରିବା । ଯାହା କି ଏହି ଯୋଗଫଳ ଉତ୍ତରର ହର ହେବ ।
Step 2-ପୁଣି ସମସ୍ତ ହର କୁ ପୁଣି ଗୋଟି ଗୋଟି କରି ଲସାଗୁ ସହିତ ହରଣ କରି ତାର ଅନୁରୂପ ଲବ ସହିତ ଗୁଣନ କରି ଶେଷରେ ଯୋଗ କରିବା । ଯାହା କି ଏହି ଯୋଗଫଳ ଉତ୍ତରର ଲବ ହେବ । ତଳ ଚିତ୍ରରେ ଦେଆଯାଇଛି ।
Step 3-ଏହି ଯୋଗଫଳ ଉତ୍ତର = step 2ର ଉତ୍ତର (ଲବ) ବିଭକ୍ତକ step 1ର ଉତ୍ତର (ହର) ।ତଳ ଚିତ୍ରରେ ଦେଆଯାଇଛି ।
ଉଦାହରଣ- 1 4/8+2/4=

ସମସ୍ତ ହର କୁ ପୁଣି ଗୋଟି ଗୋଟି କରି ଲସାଗୁ ସହିତ ହରଣ କରି ତାର ଅନୁରୂପ ଲବ ସହିତ ଗୁଣନ କରି ଯୋଗ କରିବା
8÷8=1 , 4×1=4
3×3+5×4=9+20=29
ଉଦାହରଣ-2 5/6+3/4=
