ଗଣିତରେ ଗୋଟିଏ ସଂଖ୍ୟା 2,3,4,5,6,8,9,10,ବା 11 ଦ୍ଵାରା ବିଭାଜ୍ୟ ହେବ କି ନ।ହିଁ ତାହା ଆମେ ବିଭାଜ୍ୟତାର ନିୟମକୁ ନେଇ କହିପାରୁ । 2, 3, 4, 5, 6, 8, 9, 10, 11 ସଂଖ୍ୟାର ବିଭାଜ୍ୟତାର ନିୟମ ପଦତ୍ତରେ ଦିଆଯାଇଛି ।
2 ଦ୍ଵାରା ବିଭାଜ୍ୟତା ନିୟମ
ଯେଉଁ ସଂଖ୍ୟା ର ଏକକ ସ୍ଥାନରେ 0,2,4,6,8, ଥାଏ ତାହା 2 ଦ୍ଵାରା ବିଭାଜ୍ୟ ।
ଉଦହରଣ :- 12,96,18,10,34 ଇତ୍ୟାଦି
12÷2=6 , ଏଠାରେ 12 ର ଏକକ ସ୍ଥାନ ରେ 2 ଅଛି ସେଥିପାଇଁ ଏହା 2 ଦ୍ଵାରା ବିଭାଜ୍ୟ ।
5 ଦ୍ଵାରା ବିଭାଜ୍ୟତା ନିୟମ
ଯେଉଁ ସଂଖ୍ୟା ର ଏକକ ଘରେ 0 କିମ୍ବା 5 ଥିଲେ ସେହି ସଂଖ୍ୟା 5 ଦ୍ଵାରା ବିଭାଜ୍ୟ ।
ଉଦହରଣ :- 230,455,325,90,265 ଇତ୍ୟାଦି
230÷5=46, ଏଠାରେ 230 ମାନେ ସଂଖ୍ୟା ର ଏକକ ଘରେ 0 ଅଛି ସେଥିପାଇଁ ସଂଖ୍ୟାଟି 5 ଦ୍ଵାରା ବିଭାଜ୍ୟ ।
10 ଦ୍ଵାରା ବିଭାଜ୍ୟତା ନିୟମ
ଯେଉଁ ସଂଖ୍ୟା ର ଏକକ ଘରେ 0 ଥିଲେ ସେହି ସଂଖ୍ୟା 10 ଦ୍ଵାରା ବିଭାଜ୍ୟ ।
ଉଦହରଣ :-650,340,6250,1230,3320 ଇତ୍ୟାଦି ।
650÷10=65 , ଏଠାରେ 650 ର ଏକକ ସ୍ଥାନ ରେ 0 ଥିବା ରୁ ସଂଖ୍ୟାଟି 10 ଦ୍ଵାରା ବିଭାଜ୍ୟ ।
4 ଦ୍ଵାରା ବିଭାଜ୍ୟତା ନିୟମ
ଯେଉଁ ସଂଖ୍ୟାର ଦଶକ ଓ ଏକକ ସ୍ଥାନରେ ଥିବା ଅଙ୍କକୁ ନେଇ ଗଠିତ ସଂଖ୍ୟାଟି 4 ଦ୍ଵାରା ବିଭାଜ୍ୟ , ସେହି ସଂଖ୍ୟାଟି 4 ଦ୍ଵାରା ବିଭାଜ୍ୟ ।
ଉଦହରଣ :- 124,532,416,712,600 ଇତ୍ୟାଦି
124÷4=31,ଏଠାରେ 124 ର ଦଶକ ଓ ଏକକ ସ୍ଥାନରେ ଥିବା ଅଙ୍କକୁ ନେଇ ଗଠିତ ସଂଖ୍ୟାଟି 24 ଯାହା 4 ଦ୍ଵାରା ବିଭାଜ୍ୟ ତେଣୁ ସଂଖ୍ୟା ଟି 4 ଦ୍ଵାରା ବିଭାଜ୍ୟ ।
8 ଦ୍ଵାରା ବିଭାଜ୍ୟତା ନିୟମ
ଦୁଇ ବା ତିନି ଅଙ୍କ ବିଶିଷ୍ଟ ସଂଖ୍ୟା ଥିଲେ ତାକୁ ଆମେ ହରଣ ପ୍ରକ୍ରିୟା ରେ କରିଥାଉ ।
ଯେଉଁ ଚାରି ଅଙ୍କ ବା ତା ଠାରୁ ଅଧିକ ଅଙ୍କ ସଂଖ୍ୟାର ଶତକ , ଦଶକ ,ଏକକ ଦ୍ଵାରା ଗଠିତ ସଂଖ୍ୟା 8 ଦ୍ଵାରା ବିଭାଜ୍ୟ ହେଲେ ସେହି ସଂଖ୍ୟା 8 ଦ୍ଵାରା ବିଭାଜ୍ୟ ।
ଉଦାହରଣ :- 2792,4456,27368,6024,6848 ଇତ୍ୟାଦି
2792 ÷8=349 ଏଠାରେ ଆମେ ଶତକ , ଦଶକ, ଏକକ ଦ୍ଵାରା ଗଠିତ ସଂଖ୍ୟା କୁ 8 ଦ୍ଵାରା ବିଭାଜ୍ୟ କଲେ ତାହା 8 ଦ୍ଵାରା ବିଭାଜ୍ୟ ହେଇଯିବ ସେଥିପାଇଁ ସଂଖ୍ୟା ଟି 8 ଦ୍ଵାରା ବିଭାଜ୍ୟ ।
3 ଦ୍ଵାରା ବିଭାଜ୍ୟତା ନିୟମ
ଯେଉଁ ସଂଖ୍ୟାର ଅଙ୍କମାନଙ୍କର ସମଷ୍ଟି 3 ଦ୍ଵାରା ବିଭାଜ୍ୟ ସେହି ସଂଖ୍ୟାଟି 3 ଦ୍ଵାରା ବିଭାଜ୍ୟ ।
ଉଦହରଣ :- 363,162,912,561,888 ଇତ୍ୟାଦି
363÷3=121, ଏଠାରେ 3+6+3=12 ଏବଂ 12 , 3 ଦ୍ଵାରା ବିଭାଜ୍ୟ ତେଣୁ ପୁରା ସଂଖ୍ୟାଟି 3 ଦ୍ଵାରା ବିଭାଜ୍ୟ ।
9 ଦ୍ଵାରା ବିଭାଜ୍ୟତା ନିୟମ
ଯେଉଁ ସଂଖ୍ୟାର ଅଙ୍କମାନଙ୍କର ସମଷ୍ଟି 9 ଦ୍ଵାରା ବିଭାଜ୍ୟ ସେହି ସଂଖ୍ୟାଟି 9 ଦ୍ଵାରା ବିଭାଜ୍ୟ ।
ଉଦହରଣ :- 522,432,981,801,99324 ଇତ୍ୟାଦି
522÷9=58 , ଏଠାରେ 5+2+2=9 ଏବଂ 9 , 9 ଦ୍ଵାରା ବିଭାଜ୍ୟ ତେଣୁ ପୁରା ସଂଖ୍ୟାଟି 9 ଦ୍ଵାରା ବିଭାଜ୍ୟ ।
6 ଦ୍ଵାରା ବିଭାଜ୍ୟତା ନିୟମ
ଯେଉଁ ସଂଖ୍ୟାଟି ଉଭୟ 2 ଓ 3 ଦ୍ଵାରା ବିଭାଜ୍ୟ , ସେହି ସଂଖ୍ୟା 6 ଦ୍ଵାରା ବିଭାଜ୍ୟ ହେବ ।
ଉଦହରଣ :- 612,744,126,1956,864 ଇତ୍ୟାଦି
612÷6=102, ଏଠାରେ 612 ଉଭୟ 3 ଦ୍ଵାରା ଓ 2 ଦ୍ଵାରା ବିଭାଜ୍ୟ ତେଣୁ 6 ଦ୍ଵାରା ମଧ୍ୟ ବିଭାଜ୍ୟ ।
11 ଦ୍ଵାରା ବିଭାଜ୍ୟତା ନିୟମ
ଯେଉଁ ସଂଖ୍ୟାର ଡାହାଣରୁ ଅଯୁଗ୍ମ ସ୍ଥାନୀୟ ଅଙ୍କମାନଙ୍କର ଯୋଗଫଳ ଓ ଯୁଗ୍ମ ସ୍ଥାନରେ ଥିବା ଅଙ୍କମାନଙ୍କର ଯୋଗଫଳ ର ପାର୍ଥକ୍ୟ ଶୂନ (0) ବା 11 ଦ୍ଵାରା ବିଭାଜ୍ୟ ହେଲେ ସେ ସଂଖ୍ୟା 11 ଦ୍ଵାରା ବିଭାଜ୍ୟ ।
ଉଦାହରଣ :- 251130,2739,38786,29194,39182 ଇତ୍ୟାଦି
251130÷11=22830, ଏଠାରେ ଡାହାଣରୁ ଅଯୁଗ୍ମ ସ୍ଥାନୀୟ ଅଙ୍କମାନଙ୍କର ଯୋଗଫଳ 0+1+5=6 ଓ ଯୁଗ୍ମ ସ୍ଥାନରେ ଥିବା ଅଙ୍କମାନଙ୍କର ଯୋଗଫଳ 3+1+2=6 ଏବଂ ପାର୍ଥକ୍ୟ 6-6=0 , ସେଥିପାଇଁ ସଂଖ୍ୟାଟି 11 ଦ୍ଵାରା ବିଭାଜ୍ୟ ।