ଲସାଗୁ ଗଣିତର ବିଭିନ୍ନ ସ୍ଥାନରେ ବ୍ୟବହାର ହୋଇଥାଏ । ଯେପର ଭଗ୍ନାଂଶର ଯୋଗ ଓ ବିୟୋଗରେ, ପରିମେୟ ସଂଖ୍ୟା ମଧ୍ୟରେ ସଂଖ୍ୟା, ଆଦିରେ ଏହା ବ୍ୟବହାର ହେଇଥାଏ ।

ଲସାଗୁ = ଲଘିଷ୍ଠ ସାଧାରଣ ଗୁଣିତକ
ଦୁଇଟି ବା ଅଧିକ ସଂଖ୍ୟାର ଲସାଗୁ ଏ ସମସ୍ତ ସଂଖ୍ୟାର ସବୁଠାରୁ ଛୋଟ ସାଧାରଣ ଗୁନିତକ ହେଇଥାଏ ।
ଲସାଗୁ କିପରି କରାଯାଏ ?
ଦୁଇ ବା ଅଧିକ ସଂଖ୍ୟାର ଲସାଗୁ କରିବାର ବହୁତ ପ୍ରକ୍ରିୟା / ପଦ୍ଧତି ରହିଛି । ଏଠି ଆମେ ସବୁଠାରୁ ସହଜ ପ୍ରକ୍ରିୟା ଶିଖିବା .

Step 1- ଚିତ୍ରରେ ଦିଆଯାଇଥିବା ପରି, ସମସ୍ତ ସଂଖ୍ୟାକୁ ଅଲଗା ଅଲଗା କରି ଗୋଟିଏ ଧାଡ଼ିରେ ଲେଖୁ ।
Step 2- ଆମେ ଏପରି ସଂଖ୍ୟା ନେଇଥାଉ ଯାହା କି ପୂର୍ବୋକ୍ତ ଧାଡ଼ିରେ ଲେଖାଥିବା ସଂଖ୍ୟାମାନଙ୍କ ମଧ୍ୟରୁ ଅତି କମ୍ରେ ଗୋଟିଏ ସଂଖ୍ୟା ବିଭାଜ୍ୟ ହୋଇଥିବ ।
Step 3- ଏହି ସଂଖ୍ୟା ଦ୍ଵାରା ବିଭାଜ୍ୟ ହୋଇଥିବା ସଂଖ୍ୟାକୁ ଭାଗ କରି ଭାଗଫଳକୁ ସେହି ସଂଖ୍ୟା ତଳେ ଦ୍ବିତୀୟ ଧାଡ଼ିରେ ଲେଖାଯାଏ। ଯେଉଁ ସଂଖ୍ୟା ଏହି ସଂଖ୍ୟା ଦ୍ଵାରା ବିଭାଜ୍ୟ ନୁହେଁ, ତାକୁ ଦ୍ଵିତୀୟ ଧାଡ଼ିରେ ସେହିପରି ଲେଖାଯାଏ ।
Step 4- ଏହିଠାରେ ଓ ପରବର୍ତ୍ତୀ stepରେ 2nd ଓ 3rd stepର ପ୍ରକ୍ରିୟା ପ୍ରୟୋଗ କରି ପରବର୍ତ୍ତୀ ଧାଡ଼ିକୁ ଯିବା । ଯେତେବେଳେ ସବୁ ସ୍ଥାନରେ 1 ମିଳିବ । ସେତେବେଳେ ଏହି ପ୍ରକ୍ରିୟା ଶେଷ ହେବ।
Step 5- ଶେଷରେ, ଏହିପରି ମିଳିଥିବା ସମସ୍ତ ସଂଖ୍ୟାର (ଭାଜକ) ଗୁଣଫଳ ହିଁ ଦିଆଯାଇଥିବା ସଂଖ୍ୟାମାନଙ୍କର ଲ.ସା.ଗୁ ହୋଇଥାଏ ।