ସାଧାରଣତଃ ଆମେ ସଂଖ୍ୟା ର ବ୍ୟବହାର କରି ଗାଣିତିକ ବିଷୟ ବସ୍ତୁ କରିଥାଉ । ଯଦି ସଂଖ୍ୟାକୁ ଛାଡି ଅନ୍ୟ କୌଣସି ସଂକେତ ବ୍ୟବହାର କରି ବିଭିନ୍ନ ଗାଣିତିକ ପ୍ରକ୍ରିୟା କରିବା ବିଷୟ ବସ୍ତୁକୁ ବୀଜଗଣିତ କୁହାଯାଏ । ଏଠାରେ ଆମେ ଯୋଗ କରିବା ପାଇଁ ଶିଖିବା
What is like term | ସଦୃଶ୍ୟ ରାଶି କଣ ?
ପଦଗୁଡିକର ଆକ୍ଷରିକ ବିଜଗୁଡିକ ସମାନ ଏବଂ ବିଜଗୁଡିକର ଘାତାଙ୍କ ସମାନ ହୋଇଥିଲେ ଉକ୍ତ ପଦଗୁଡିକୁ ସାଦୃଶ୍ୟ ରାଶି କୁହାଯାଏ
ଉଦାହରଣ ସ୍ୱରୂପ – 12x,3x,-2x,7x,x
What is unlike term |ଅଦୃଶ୍ୟ ରାଶି କଣ ?
ପଦଗୁଡିକର ଆକ୍ଷରିକ ବିଜଗୁଡିକ ଅସମାନ ଏବଂ ବିଜଗୁଡିକର ଘାତାଙ୍କ ସମାନ ହୋଇ ନଥିଲେ ଉକ୍ତ ପଦଗୁଡିକୁ ଅସଦୃଶ୍ୟ ରାଶି କୁହାଯାଏ
ଉଦାହରଣ ସ୍ଵରୂପ – 6xy,-2x,12y
How to do Addition of Algebraic Expressions |ବୀଜଗଣିତର ଯୋଗ କିପରି କରଯାଏ ?
ଯୋଗ ରେ ଆମେ କେବଳ ସାଦୃଶ୍ୟ ରାଶି ର ଯୋଗ କରିପାରିବା ଯେଉଁଥିରେ ପ୍ରତେକ ପଦର ଚଳରାଶି ସମାନ ଥିବା ଦରକାର ।
ଉଦ।ହରଣ ସ୍ଵରୂପ – 6x+2x+7x+13x=?

ଏହି ଯୋଗ ରେ ଦେଖ x ଟି ସମସ୍ତ ରାଶି ରେ ଅଛି ସେଥି ପାଇଁ x କୁ ଆମେ common ନେଇ ଯିବା ତା ପରେ ସମସ୍ତ ସଂଖ୍ୟା କୁ ଆମେ ଯୋଗ କରିଦେବ। ଶେଷ ରେ ସଂଖ୍ୟା ର ଯୋଗ ଫଳ ସହିତ x କୁ ଗୁଣନ କରିଦେବ ।
ଉଦ।ହରଣ ସ୍ଵରୂପ –

ଉପେର ଦର୍ଶା ଯାଇଥିବା ଚିତ୍ର ଅନୁଯାଇ ଆମେ ଶିଖିଲେ ଯେ କିପରି ଯୋଗ କରିବା । କେବଳ ସଦୃଶ୍ୟ ରାଶି ସହିତ ସଦୃଶ୍ୟ ରାଶି କୁ ଯୋଗ କରାଯାଇପାରିବା