ଦଶମିକର ହରଣ ମଧ୍ୟ ସାଧାରଣ ହରଣ ପରି । ଆମେ ଯେପରି ସାଧାରଣ ହରଣ କରିଥାଉ ଏଠାରେ ମଧ୍ୟ ସେହିପରି ହରଣ କରିବାକୁ ପଡେ କିନ୍ତୁ ଦଶମିକ କେଉଁ ସ୍ଥାନ ରେ ଦେବା ତାହା ଶିଖିବା ।
ଦଶମିକ କୁ ଅଣଦେଖା କରି ଆମେ ସାଧାରଣ ହରଣ କରିବା , ଶେଷ ରେ ଆମେ ଦଶମିକ କୁ ଦେଖିବା ।
ନିମ୍ନଲିଖିତ ପଦକ୍ଷେପଗୁଡ଼ିକୁ ବ୍ୟବହାର କରି ଦଶମିକର ହରଣ କରାଯାଏ:
1-ଯଦି ଦଶମିକ ପରେ ଅଙ୍କମାନଙ୍କର ସଂଖ୍ୟା ଭାଜକ ରୁ ଅଧିକ ଭାଜ୍ୟ ରେ ଥିବ ଯେମିତି ,

ଯେମିତି ତୁମେ ଉପର ଚିତ୍ର ରେଦେଖୁଥିବ 3.9 (ଭାଜ୍ୟ) ଓ 3 (ଭାଜକ) ଏଠାରେ ଭାଜକ ରେ ଦଶମିକ ନ।ହିଁ । କେବଳ ଭାଜ୍ୟ ରେ ଦଶମିକ 1 ଅର୍ଥ -( ଗୋଟିଏ ସଂଖ୍ୟା ପରେ ଦଶମିକ ଅଛି ) ।
ଆମେ ସାଧାରଣ ହରଣ କରିବା ପରେ ,ଦଶକିମ କୁ ଧ୍ୟାନ ଦେବା , ଭାଜକ ର ଦଶମିକ ସଂଖ୍ୟା କୁ ଆମେ ଭାଜ୍ୟ ର ଦଶକିମ ସଂଖ୍ୟା ଠାରୁ ବିଯୋଗ କରି ଯାହା ଉତ୍ତର ଆସିଲା । ତାକୁ ଆମେ ଗୁଣଫଳ ରେ ଦଶମିକ ହିସାବ ରେ ବ୍ୟବହାର କରିବା ।
ଯେଉଁଥିପାଇଁ ଭାଗଫଳ 13 ରୁ 1.3 ହେଇଯିବ ।
2. ଯଦି ଦଶମିକ ପରେ ଅଙ୍କମାନଙ୍କର ସଂଖ୍ୟା ଭାଜ୍ୟ ରୁ ଅଧିକ ଭାଜକ ରେ ଥିବ ଯେମିତି

Note-ଯଦି (ଭାଜ୍ୟ- ଭାଜକ) ର ଉତ୍ତର ବିଯୁକ୍ତାମତ୍କ ହେଲେ ଆମେ ଦଶମିକ ନ ଲଗେଇ ଶୂନ ବ୍ୟବହାର କରିବା ।
ଯେଉଥିପାଇଁ ଭାଗଫଳ 141 ରୁ 14100 ହେଇ ଯିବ ।
ଅଭ୍ୟାସ ପାଇଁ ପ୍ରଶ୍ନ:
(1) 4.2÷2=?
(2) 19.62 ÷0.6 =?
(3) 63.3 ÷3 =?
(4) 0.105÷0.05=?
(5) 3.6÷0.03=?
(6) 0.682 ÷0.2=?
(7) 0.897 ÷0.013 =?
(8) 18.009 ÷0.03=?
(9) 0.0981 ÷ 0.9 =?
(10) 1.053÷8.1=?
ଉତ୍ତର
(1) 4.2÷2=2.1
(2) 19.62 ÷0.6 = 32.7
(3) 63.3 ÷ 3=21.1
(4) 0.105÷0.05=2.1
(5) 3.6÷0.03=120.0
(6) 0.682 ÷0.2=3.41
(7) 0.897 ÷0.013 = 69
(8) 18.009 ÷0.03=600.3
(9) 0.0981 ÷ 0.9 = 0.109
(10) 1.053÷8.1=0.13