ସାଧାରଣତଃ ଆମେ ସଂଖ୍ୟା ର ବ୍ୟବହାର କରି ଗାଣିତିକ ବିଷୟ ବସ୍ତୁ କରିଥାଉ । ଯଦି ସଂଖ୍ୟାକୁ ଛାଡି ଅନ୍ୟ କୌଣସି ସଂକେତ ବ୍ୟବହାର କରି ବିଭିନ୍ନ ଗାଣିତିକ ପ୍ରକ୍ରିୟା କରିବା ବିଷୟ ବସ୍ତୁକୁ ବୀଜଗଣିତ କୁହାଯାଏ । ଏଠାରେ ଆମେ ବୀଜଗଣିତର ଗୁଣନ କିପରି କରଯାଏ ଶିଖିବା ।
Multiplication of Algebraic Expressions | ବୀଜଗଣିତର ଗୁଣନ କିପରି କରଯାଏ ?
ଏଠାରେ (ସଦୃଶ୍ୟ ଓ ସଦୃଶ୍ୟ),( ସଦୃଶ୍ୟ ଓ ଅଦୃଶ ),(ଅଦୃଶ ଓ ଅଦୃଶ ) ଏହି ସବୁ ପଦମାନଙ୍କ ମଧ୍ୟ ରେ ଗୁଣନ କରାଯାଇ ପାରିବ ।ଏହି ସବୁ ଗୁଣନ କଳାବେଲେ ଯଦି ବନ୍ଧନୀ ଆସୁଛି ତାହାଲେ ଆମକୁ (ବ ହ ଗୁ ମି ଫେ) ନିୟମ ବ୍ୟବହାର କରିବା କୁ ହେବ ।

ଉପର ଚିତ୍ର ରେ ତୁମେ ମାନେ ଦେଖି ପାରୁଥିବ କାହାକୁ କ’ଣ କୁହାଯାଏ ।
(a) ମନୋମିଆଲ( Monomial)-ପୋଲିନୋମିଆଲ ଯଦି ଏକପଦି ହୋଇଥାଏ ତେବେ ଏହାକୁ ମନୋମିଆଲ କୁହାଯାଏ ।
(b) ବାଇନୋମିଆଲ (Binomial)-ପୋଲିନୋମିଆଲ ଯଦି ଦୁଇପଦି ହୋଇଥାଏ ତେବେ ଏହାକୁ ବାଇନୋମିଆଲ କୁହାଯାଏ ।
(c) ତ୍ରିନୋମିଆଲ୍ (Trinomial)-ପୋଲିନୋମିଆଲ ଯଦି ତୃତୀୟପଦି ହୋଇଥାଏ ତେବେ ଏହାକୁ ତ୍ରିନୋମିଆଲ୍ କୁହାଯାଏ ।
(I) ଏକ ମନୋମିଆଲ( Monomial) ସହିତ ଆଉ ଏକ ମନୋମିଆଲ( Monomial) ର ଗୁଣନ
ଏହି ଗୁଣନ ରେ ଆମେ ସହଗ ସହିତ ସହଗ ଏବଂ ଚଳରାଶି ସହିତ ଚଳରାଶି କୁ ଗୁଣନ କରିଥାଉ ଯାହା ତଳ ଚିତ୍ର ରେ ତୁମେ ମାନେ ଦେଖୁଥିବ ।

ଏକ ମନୋମିଆଲ( Monomial) ସହିତ ଆଉ ଏକ ମନୋମିଆଲ( Monomial) ର ଗୁଣଫଳ ମଧ୍ୟ ଏକ ମନୋମିଆଲ
(II) ଏକ ମନୋମିଆଲ( Monomial) ସହିତ ଆଉ ଏକ ବାଇନୋମିଆଲ ଓ ଏକ ପଲିନୋମିଆଲର ଗୁଣନ
ବାଇନୋମିଆଲ ସହିତ –ଆମେ ଯେତେବେଳେ ମନୋମିଆଲ ସହିତ ବାଇନୋମିଆଲ ର ଗୁଣନ କରିଥାଉ ଆମେ ବଣ୍ଟନ ନିୟମ ବ୍ୟବହାର କରିଥାଉ । ବଣ୍ଟନ ନିୟମ – a(b+c) = ab+ac ବା (b+c)a= ba+ca

ଏକ ମନୋମିଆଲ ସହିତ ଆଉ ଏକ ବାଇନୋମିଆଲ ର ଗୁଣଫଳ ମଧ୍ୟ ଏକ ବାଇନୋମିଆଲ
ପଲିନୋମିଆଲର ସହିତ –

ଏକ ମନୋମିଆଲ ସହିତ ଆଉ ଏକ ପଲିନୋମିଆଲ ର ଗୁଣଫଳ ମଧ୍ୟ ଏକ ପଲିନୋମିଆଲ
(III) ଏକ ପଲିନୋମିଆଲ ସହିତ ଅନ୍ୟ ଏକ ପଲିନୋମିଆଲ ର ଗୁଣନ

ଏକ ପଲିନୋମିଆଲ ସହିତ ଆଉ ଏକ ପଲିନୋମିଆଲ ର ଗୁଣଫଳ ମଧ୍ୟ ଏକ ପଲିନୋମିଆଲ
ବଣ୍ଟନ ନିୟମ – a(b+c) = ab+ac ବା (b+c)a= ba+ca