ସାଧାରଣ ଗୁଣନ କରିବା ପରି ଆମେ ଦଶମିକର ଗୁଣନ (Multiplication of Decimals) ମଧ୍ୟ କରିଥାଉ । ଏଠାରେ କେବଳ ଆମକୁ ଦଶମିକ ଚିହ୍ନକୁ କେଉଁ ସ୍ଥାନରେ ଲଗାଇବା ତାହାକୁ ସାଧରଣତଃ ଧ୍ୟାନ ଦେବାକୁ ହେବ ।
ନିମ୍ନଲିଖିତ ପଦକ୍ଷେପଗୁଡ଼ିକୁ ବ୍ୟବହାର କରି ଦଶମିକର ଗୁଣନ (Multiplying Decimals କରାଯାଏ:
STEP 1: [ସାଧାରଣ ଗୁଣନ] ପ୍ରାରମ୍ଭରେ, ଦଶମିକ ବିନ୍ଦୁକୁ ଅଣଦେଖା କରିବା ଏବଂ ସାଧାରଣ ଗୁଣନ କରିବା ।
STEP 2: [ଦଶମିକ ଚିହ୍ନ ପରେ ଅଙ୍କ] ଗୁଣନ ପରେ, ଦଶମିକ ସଂଖ୍ୟାରେ ଦଶମିକ ଚିହ୍ନ ପରେ ଥିବା ମୋଟ୍ ଅଙ୍କକୁ ଗଣିବା ।
STEP 3: ଦଶମିକ ଚିହ୍ନ ଦଶମିକ ଚିହ୍ନ ପରେ ଯେତେ ମୋଟ୍ ଅଙ୍କ ଆସିଲା, ଠିକ ସେତୋଟି ସ୍ଥାନ ଡାହାଣ ପାର୍ଶ୍ବରୁ ଛାଡି ଦଶମିକ ଚିହ୍ନ ଦେବା । ଯାହା ତଳ ଚିତ୍ର ରେ ଦର୍ଶାଯାଇଛି ।
ଉଦାହରଣ – 1

(0.326×0.26=0.08476)
ଉଦାହରଣ-2

(2.63×5.73=15.0699)
(Note-ଉପର ପଦାଙ୍କ ରେ ଆମ କୁ ଦଶକିମର ଧ୍ୟାନ ଦେବା କୁ ପଡିବ । )
ଅଭ୍ୟାସ ପାଇଁ ପ୍ରଶ୍ନ:
(1) 1.2 ×3=?
(2)0.5 ×9 =?
(3)3.1 ×4=?
(4)3.2 ×6.1 =?
(5) 2.31 ×1.1=?
(6) 542.2 ×8.1=?
(7)23.1 ×3.1 =?
(8) 765.23 ×4.21=?
(9)87.32 ×41.6 =?
(10)54.2 ×9.6=?
ଉତ୍ତର :
(1) 1.2 ×3=3.6
(2)0.5 ×9 =4.5
(3)3.1 ×4=12.4
(4)3.2 ×6.1 =19.52
(5) 2.31 ×1.1=2,541
(6) 542.2 ×8.1=4391.82
(7)23.1 ×3.1 =71.61
(8) 765.23 ×4.21=3221.6183
(9)87.32 ×41.6 =3632.512
(10)54.2 ×9.6=520.32